ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥରେ ସ୍କୁଟି ଉପରେ ଚଢ଼ିଗଲା ବସ୍, ମହିଳା ମୃତ

ଅକ୍ଷର ବ୍ୟୁରୋ: ଦୁର୍ଘଟଣା ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବଜାର ମଝିରେ ସ୍କୁଟି ଉପରେ ଚଢ଼ିଗଲା ବସ୍ |ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ମହିଳା ହେଲେ ହାଲୁରି ପାହାଡ଼ସିଂ ।

ମିଳିଥିବା ସୂଚନ ଅନୁଯାୟୀ, ସ୍କୁଟିରେ ସମ୍ପର୍କୀୟଙ୍କୁ ଛାଡିବାକୁ ବଜାର ଯାଉଥିଲା ବେଳେ ସେହି ସମୟରେ ତାଙ୍କ ସ୍କୁଟି ଉପରେ ବସ୍ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ବେଳେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଖୋର୍ଦ୍ଧା ଏସଡିପିଓ ଏବଂ ବାଘମାରୀ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)