ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା; ଝଡ଼ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ କାଳବୈଶାଖୀର ତାଣ୍ଡବ । ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା । ବିଭିନ୍ନ ଜିଲ୍ଲାଗୁଡ଼ିକୁ ସତର୍କ କରାଇଲା ପାଣିପାଗ ବିଭାଗ । ଏହାସହିତ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ପବନର ବେଗ ମଧ୍ୟ ୩୦ରୁ ୫୦ କିଲୋମିଟର ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇରହିଛି । ଏହାର ପ୍ରଭାବରେ ଆଜି ମୟୂରଭଞ୍ଜ ଓ କେନ୍ଦୁଜର ଜିଲ୍ଲାରେ ପବନ ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଝଡ଼ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପବନ ବହିପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବ ଦ୍ୱାରା ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆକାଶ ମେଘୁଆ ରହିବା ସହ ତାତି ବଢ଼ିବ ନାହିଁ ବରଂ ସାମାନ୍ୟ ଗୁଳୁଗୁଳି ଲାଗିପାରେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)