ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ପିଏମ କିଷାନ ଟଙ୍କା ।

ଅକ୍ଷର ବ୍ୟୁରୋ: ଆଜି ମିଳିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ୯ କୋଟି କୃଷକଙ୍କ ପାଖକୁ ପଠାଯିବ ୧୮ହଜାର କୋଟି ଟଙ୍କା । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏନେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସୁଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନର ୨୧ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ । କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୧ତମ କିସ୍ତିର ଟଙ୍କା ଆଜି ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)