ଆଜି ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ୱଜା; ଧ୍ୱଜା ସ୍ଥାପନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅକ୍ଷର ବ୍ୟୁରୋ: ଝଲସୁଛି ରାମ ନଗରୀ ଅଯୋଧ୍ୟା । ଚାରିଆଡ଼େ ଶୁଭୁଛି କେବଳ ରାମ ନାମ । ଆଜି ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଧର୍ମ ଧ୍ୱଜା ସ୍ଥାପନ ହେବ । ଏଥିପାଇଁ ଭବ୍ୟ ସଜେଇ ହୋଇଛି ଶ୍ରୀରାମ ଜନ୍ମ ଭୂମି । ସାରା ସହରକୁ ବିଭିନ୍ନ ଫୁଲ ଏବଂ ଆଲୋକମାଳରେ ସୁସଜ୍ଜିତ କରାଯାଇଛି । ଆଜି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଧ୍ୱଜାରୋହଣ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଟନ୍ ଦବାଇ ଧ୍ୱଜା ସ୍ଥାପନକୁ ଉଦଘାଟନ କରିବେ । ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ୱ ମନ୍ଦିରରେ ବି ଧ୍ୱଜାରୋହଣ କରାଯିବ ।

ସୂଚନା ଅନୁସାରେ ଅହମ୍ମଦାବାଦରେ ସ୍ୱତନ୍ତ୍ର ଭାବେ ତିଆରି ହୋଇଛି ଏହି ଧ୍ୱଜା । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ୱଜା ସ୍ଥାପନ ହେବ । ଏହି ଧ୍ୱଜାର ଓଜନ ପ୍ରାୟ ୧୧ କେଜି ରହିଛି । ଧ୍ୱଜାରେ ରାମଙ୍କ ପ୍ରତୀକ ରହିଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ୱଜା ତିଆରି ହୋଇଛି । ଧ୍ୱଜା ନିର୍ମାଣ ପାଇଁ ୨୫ ଦିନ ସମୟ ଲାଗିଛି । ପ୍ରଭୁ ରାମଚନ୍ଦ୍ର ବନବାସ ପରେ ଅଯୋଧ୍ୟାରେ ଆଗମନ ସମୟରେ ଯେପରି ଧର୍ମ ଧ୍ୱଜା ସ୍ଥାପନ ହୋଇଥିଲା ସେହି କାହାଣୀକୁ କଳ୍ପନା କରି ଏହି ଧ୍ୱଜାର ନିର୍ମାଣ କରାଯାଇଛି ବୋଲି କୁହାଯାଉଛି । ଦିନ ୧୨.୫୫ ରୁ ୧ ଟା ଶୁଭ ସମୟ ମଧ୍ୟରେ ଏହି ଧ୍ୱଜାରୋହଣ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ରାମ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ୱତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)