ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ; ଘଟଣା ସ୍ଥଳରେ ପହଞ୍ଚି ବଗିକୁ ଟ୍ରାକକୁ ଆଣିଲେ ରେଲୱେ କର୍ମଚାରୀ ।

ଗତକାଲି ସୁନ୍ଦରଗଡ଼ ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଥିଲା। ମାଲବାହୀ ଟ୍ରେନ୍ ନମ୍ୱର BOSM779 ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ପଟକୁ ଯାଉଥିବା ବେଳେ ଡ୍ୟାମ୍ ବସ୍ତି ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ, ଘଟଣା ସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିଛନ୍ତି। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ଏହି ରୁଟରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା। କେଉଁ କାରଣରୁ ୪ଟି ବଗି ଲାଇନ୍ ଚ୍ୟୁତ୍ ହେଲା, ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ ବିଭାଗ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)