ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଲା ଟ୍ରକ । ଫଳରେ ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ୨୬ ଜଣ ଯବାନ ଆହତ ହୋଇଥିବା ବେଳେ ବସର ଆଗ ଓ ପଛ କାଚ ଭାଙ୍ଗି ଯାଇଥିବା ସୂଚନା ରହିଛି । ବସରେ ଥିବା ସମସ୍ତ ୨୬ ଜଣ ଯବାନ ଆହତ ହୋଇ ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବସଟି ଗୁଆଲିରୁ ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବାକୁ ଚମ୍ପୁଆ ପୋଲିସ ଉଦ୍ୟମ ଜାରି ରଖିଛି । ଏନେଇ ଏସଡିପିଓ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି ଯେ ୨୬ ଜଣ ସାମାନ୍ୟ ଆହତ ହୋଇ ଚିକିତ୍ସିତ ଅଛନ୍ତି । ସେମାନେ ଫାଇରିଂ ଟ୍ରେନିଂ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି ।
ଯବାନଙ୍କ ବସକୁ ପଛରୁ ଧକ୍କା ଦେଲା ଟ୍ରକ; ଦୁର୍ଘଟଣାରେ ୨୬ ଜଣ ଯବାନ ଆହତ ହୋଇଥିବା ସୂଚନା ।












Leave a Reply