୧୯୯୯ ମସିହା ଭଳି ଆସୁଛି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା !

ଅକ୍ଷର ବ୍ୟୁରୋ: ଅକ୍ଟୋବର ମାସ ଆସିଲା ମାତ୍ରକେ ମନରେ ବାତ୍ୟା ଭୟ ଆସିବା ସ୍ୱାଭାବିକ । ୧୯୯୯ ମସିହା ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିଗଲାଣି । କିନ୍ତୁ ଏମିତି କେଉଁ ଅକ୍ଟୋବର ନାହିଁ, ଯେଉଁଥିରେ ବାତ୍ୟା ଭୟ ଆସିନଥିବ । ଏବେ ଅକ୍ଟୋବର ଚାଲିଥିବାରୁ ପୁଣି ସେଭଳି କିଛି ଆଶଙ୍କା ଦେଖାଦେଇଛି । ଆମେରିକାର ଜିଏଫ୍‌ଏସ୍‌ ମଡେଲ୍‌ ସେମିତି କିଛି ଆକଳନ କରୁଛି । ଅର୍ଥାତ ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତ ସମ୍ଭାବନା । ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ଥିବାରୁ ଏଭଳି ଆଶଙ୍କ କରାଯାଉଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । 

୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ  ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଯାହା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା । ଏହି ମହାବାତ୍ୟା ଆଣିଥିଲା ମହାପ୍ରଳୟ । ତେବେ ଚଳିତ ଅକ୍ଟୋବରରେ ବାତ୍ୟା ଆସିବ କି ନାହିଁ, ତା’ର ଚିତ୍ର ଆଉ କିଛି ଦିନ ଭିତରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)