ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଟପ୍ ମାଓବାଦୀ; ଏବେବି ସର୍ଚ୍ଚ ଅପରେସନ ଜାରି ।

ଅକ୍ଷର ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଟଳିଲେ ଦୁଇ ମାଓବାଦୀ । ଛତିଶଗଡର କାଭରଗଟ୍ଟା ଜଙ୍ଗଲେ ଏନକାଉଣ୍ଟରରେ ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି । ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀ ହେଲେ ପ୍ରଦୀପ ଏବଂ ଭୀମା । ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ତେବେ କମ୍ବିଂ ବେଳେ ପୋଲିସ ଅନେକ ଗୁଳିଗୋଳା ଜବତ କରିଛି । ଘଟଣାସ୍ଥଳରୁ ଏକେ-୪୭, ପିସ୍ତଲ, ଗୁଳି ଏବଂ ବିସ୍ଫୋରକ ଜବତ ହୋଇଛି । ଏବେବି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)