ଅକ୍ଷର ବ୍ୟୁରୋ: ରାଜ୍ୟରେ ଅସମ୍ଭାଳ ତାତି । ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଗୁରୁବାର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହିଥିଲା । ଅଧିକାଂଶ ସ୍ଥାନର ତାପମାତ୍ରା ୩୮-୩୯ ଡିଗ୍ରୀ ପାଖାପାଖି ରହିଛି । ଆର୍ଦ୍ରତା ଅଧିକ ହେବା ଯୋଗୁ, ଗୁଳୁଗୁଳି ନାକେଦମ କରୁଛି । ଆସନ୍ତା ତିନି ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୪ତାରିଖ ଯାଏଁ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।
ଆର୍ଦ୍ରତା ଅଧିକ ରହିବାରୁ ଗୁଳୁଗୁଳି ରହିବ । ଶୁକ୍ରବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ରହିପାରେ । ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି । ଆସନ୍ତା ତିନି ଦିନରେ ଖରା ଆହୁରି ବଢିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ୪ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଉଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର । ସେପଟେ କୋରାପୁଟ ଓ ମାଲକାନଗିରିକୁ ଝଡ଼ବର୍ଷା ଚେତାବନୀ ଦିଆଯାଇଛି । ଆସନ୍ତା ୬ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ନେଇ ପାଣିପାଗ ବିଭାଗର ସତର୍କତା ଜାରି କରିଛି ।











Leave a Reply