ଅକ୍ଷର ବ୍ୟୁରୋ: ରାଜଧାନୀରେ ପାରଦ ତଳମୁହାଁ । ସକାଳ ୫ଟା ୩୦ରେ ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ । ଗତ ୧୦ ଦିନରେ ରାଜଧାନୀରେ ୯.୬ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଗତ ୧ ତାରିଖରେ ରାଜଧାନୀ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ । ଝାରସୁଗୁଡ଼ା ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ । ରାଜ୍ୟରେ ଅସମ୍ଭାଳ ଜାଡ଼ ଜାରି ରହିବ । ଏଥିରୁ ତ୍ରାହି ମିଳିବାର ସମ୍ଭାବନା କ୍ୱଚିତ୍ । ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ଗୁରୁବାର ସକାଳୁ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ ।
ସେପଟେ ସୁନ୍ଦରଗଡରେ ହାଡ ଭଙ୍ଗା ଶୀତ । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ପୋଉଛନ୍ତି ଲୋକେ । ଏହାସହ ଚା ଖଟିରେ ସକାଳୁ ସକାଳୁ ଲୋକଙ୍କ ଭିଡ, ଚା ପିଇ ଦେହକୁ ଗରମ କରିବା ସହ ଶରୀରକୁ ଫିଟ୍ ରଖିବା ପାଇଁ ଲୋକେ ଶାରୀରିକ ବ୍ୟାୟାମ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନ ସହ ରାଉରକେଲା ଏବଂ କୋଇଡାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଇଛି । ଶୀତ ବଢିଥିବାରୁ ବୟସ୍କ ଲୋକେମାନେ ଶୀତରେ କଷ୍ଟ ପାଉଛନ୍ତି । ସକାଳୁ ସକାଳୁ ଚା ଦୋକାନରୁ ଆରମ୍ଭ କରି ପଡିଆରେ ଲୋକେ ଶୀତର ମଜା ନେଉଛନ୍ତି ।












Leave a Reply