ରାଜ୍ୟରେ ଦିନ ସାଢେ ୧୧ ସୁଦ୍ଧା ସର୍ବାଧିକ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ; ଅନ୍ୟପଟେ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରକୋପ ଅନୁଭୂତ ନେଇ ସତର୍କ ସୂଚନା ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଏପ୍ରିଲ ଆରମ୍ଭରୁ ଉପକୂଳରୁ ପଶ୍ଚିମ, ଉତ୍ତରରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅସହ୍ୟ ତାତି । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ଗୁଳୁଗୁଳି ନୟାନ୍ତ କରୁଛି । ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ପାରଦ ୩୬.୨, ଚାନ୍ଦବାଲି-୩୬.୪ ଡିଗ୍ରି, ବାଲେଶ୍ବରରେ ୩୭ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ଦିନ ୧୧ଟା ୩୦ ସୁଦ୍ଧା ଆର୍ଦ୍ରତା ଯଦି ଦେଖିବା, ପାରାଦୀପରେ ସର୍ବାଧିକ ୭୦ ପ୍ରତିଶତ ଆଦ୍ରତା ରହିଛି । ପୁରୀରେ ୬୯ %, ଗୋପାଳପୁରରେ ୬୭ %, ଚାନ୍ଦବାଲି ୫୩%, ଭୁବନେଶ୍ୱର ୫୨%, ବାଲେଶ୍ୱରରେ ୪୫%, ସମ୍ବଲପୁରରେ ୪୧ % ଓ ହୀରାକୁଦରେ ୪୦% ଆଦ୍ରତା ରେକର୍ଡ ହୋଇଛି । 

ସେହିପରି ଆଗାମୀ ୨୪ ଘଣ୍ଟାରେ ବର୍ଷାର ସମ୍ଭାବନାକୁ ନେଇ ୨ରୁ ୩ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ୱସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷୀଣ ପଶ୍ଚିମ ଦିଗରୁ ପବନ ବହୁଛି ଫଳରେ ଖରାର ପ୍ରକୋପ ସକାଳୁ ଅନୁଭୂତ ହେଉଛି । ତେବେ ଦୁଇ ଦିନ ପରେ ତାତିର ପ୍ରକୋପ କମିବ । ୧୧ରୁ ପୁଣି ଅଧିକ ତାପମାତ୍ରା ବୃଦ୍ଧି ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ କାଳବୈଶାଖୀ ପ୍ରକୋପ ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଅନୁଭୂତ ହୋଇପାରେ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର । ଏଥିସହ ବିଜୁଳି ଘଡ଼ ଘଡ଼ି ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୪୦-୫୦କିଲୋମିଟର ଯାଏଁ ରହିବ । ଏନେଇ ମୟୂରଭଞ୍ଜ, କେଉଁଝର, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ୍, ମାଲକାନଗିରି, କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବର୍ଷା ସହ ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ରହିବ । ଏ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୪ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨ ଦିନ ଅସହ୍ୟ ଗରମ ଗୁଳୁଗୁଳି ହେବାକୁ ଥିବାବେଳେ କାଳବୈଶାଖୀ ପ୍ରଭାଵ ୮ତାରିଖ ଯାଏଁ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)