ୱାଟକୋ ଆସିଷ୍ଟାଣ୍ଟ ମ୍ୟାନେଜର-ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ !

ଭିଜିଲାନ୍ସ ଜାଲରେ ଫସିଲେ ଆଉ ଏକ ସରକାରୀ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ସକାଳୁ ସକାଳୁ ରେଡ୍ କରିଛି ଭିଜିଲାନ୍ସ। ୱାଟକୋରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଦେବାଶିଷ ସାହୁଙ୍କ ହୋଇଛନ୍ତି ଭିଜିଲାନ୍ସ ଶିକାର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ସାହୁଙ୍କ ଜଟଣୀସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ବିଡ଼ାବିଡ଼ା ଟଙ୍କା ଓ ପୁଳାପୁଳା ସୁନା ଅଳଙ୍କାର ଠାବ କରାଯାଇଛି । ଭୁବନେଶ୍ୱର, କଟକ ସମେତ ଏକାସାଙ୍ଗରେ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ରେଡ୍ ସମୟରେ ଭୁବନେଶ୍ୱର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର, ଏକାଧିକ ବ୍ୟାଙ୍କ ଜମା ଖାତା ତା ସହ ଜମିବାଡିର କାଗଜପତ୍ର ମଧ୍ୟ ହାତେଇଛି ଭିଜିଲାନ୍ସ । ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଓ ସୁନା ଜବତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ହେଲେ ଦେବାଶିଷଙ୍କ ଜଟଣୀ ଘର ସମେତ ଭୁବନେଶ୍ୱର ଆଇଗିଣିଆ ଭଡ଼ା ଘର, ସମ୍ପର୍କୀୟଙ୍କ ଘର ଓ ଜଟଣୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ ରେଡ୍ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)