ଚଳନ୍ତା ବସ୍ ରୁ ବାହାରିଲା ଚକ,ଦୁର୍ଘଟଣାରୁ ବର୍ତ୍ତିଲେ ୫୦ ଯାତ୍ରୀ ।

ଅକ୍ଷର ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଏକ ଅଘଟଣ । ଚଳନ୍ତା ବସ୍ ରୁ ବାହାରିଗଲା ଚକ, ବଡ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ ଯାତ୍ରୀ । ହରିହର ନାମକ ଘରୋଇ ବସ୍ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଠାରୁ ବ୍ରାହ୍ମଣୀ ଗାଁ ଅଭିମୁଖେ ଯାଉଥିଲା । ହଠାତ୍ ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଡ଼୍ରାଇଭର ସାଇଡ୍ ଆଗ ଚକଟି ବାହାରି ଗଡି ଗଡି ଏକ ଦୋକାନ ଭିତରେ ପଶି ଯାଇଥିଲା । ଡ୍ରାଇଭର ଜଣଙ୍କ ବସ୍ ଟିକୁ ନିଜ ନିୟନ୍ତ୍ରଣକୁ ନେଇ ରାସ୍ତା କଡ଼କୁ ବସ୍ ଟିକୁ ରଖି ଦେଇଥିଲେ l ଫଳରେ ବଡ ଦୁର୍ଘଟଣା ରୁ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ । ଦୋକାନ ମାଲିକ ମଧ୍ୟ ଅଘଟଣରୁ ବର୍ତ୍ତି ଯାଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)