ଅକ୍ଷର ବାତ୍ୟା: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି । ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ନଭେମ୍ବର ୨ ତାରିଖ ଆଡ଼କୁ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଉତ୍ତର ଓଡ଼ିଶାର କନ୍ଧମାଳ (ବାଲିଗୁଡ଼ା, ଫୁଲବାଣୀ) ଓ ଗଜପତି (ଗଦାପୁର, ମୋହନା)ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସିପାରେ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମ ପାହାଡ଼ ଓ ବହଳଦାରେ ୧୫ରୁ ୧୭ ଡିଗ୍ରି । ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଗଦାପୁର ଓ ମୋହନାରେ ୧୭ରୁ ୧୮ ଡିଗ୍ରି । ଏହା ଦିଲ୍ଲୀ, ଚଣ୍ଡିଗଡ଼ ଓ ଲୁଧିଆନାର ତାପମାତ୍ରା ସହ ସମାନ ରହିପାରେ । ତେବେ ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବ । ଏହାପରେ ନଭେମ୍ବର ୧ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୩୧ ତାରିଖରେ ମ୍ୟାମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି, କିନ୍ତୁ ଉତ୍ତରା ପବନ ବଢ଼ିବାରୁ ଏହା ଘନିଭୂତ ହେବ ନାହିଁ । ୨ ତାରିଖ ଆଡ଼କୁ ସ୍ପଷ୍ଟ ଜଣାପଡିବ ।
ନଭେମ୍ବର ୨ ତାରିଖ ଆଡ଼କୁ ସାରା ରାଜ୍ୟରେ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସୂଚନା ।












Leave a Reply