ଅକ୍ଷର ବ୍ୟୁରୋ: ଆଜିଠୁ ରାଜ୍ୟକୁ ପୁଣି ଫେରିଲା ଶୀତ । ରାତ୍ରିକାଳୀନ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ । ଫଳରେ ଶୀତ ବଢ଼ିବ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୬.୯ ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଶୀତ ସାଙ୍ଗକୁ କୋହଲା ପବନ, ତା ସାଙ୍ଗକୁ କୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ସକାଳୁ ଉଠି ଚାଷୀ ବିଲକୁ ଯାଉଥିବା ବେଳେ କୁହୁଡ଼ି ଶୀତ ପାଇଁ ବିଲକୁ ଯିବା ବି ସମ୍ଭବ ହୋଇପାରୁନି । ଚାଷ କାମ ବାଧାପ୍ରାପ୍ତ ହେଉଛି । ଦିନ ୧୧ଟା ଯାଏଁ ପ୍ରାୟ କୁହୁଡ଼ି ଲାଗି ରହିଛି । ତେଣୁ କେବଳ ଯେ ଚାଷ କାମ ତା ନୁହେଁ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି । ଘନ କୁହୁଡ଼ି କାରଣରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି ।
ଆଜିଠୁ ରାଜ୍ୟକୁ ପୁଣି ଫେରିଲା ଶୀତ; ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ।












Leave a Reply