ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା; ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ।

ଅକ୍ଷର ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ । ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ବିଧିବଦ୍ଧ ଘୋଷଣା ହୋଇପାରେ । ପୂର୍ବରୁ ଏନେଇ ମନ୍ତ୍ରୀ ପିୟୂଷ ଗୋୟାଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର । ଏହି ସୁସ୍ୱାଦୁ ମିଠାର ମହତ୍ତ୍ୱ ରହିଛି ବୋଲି ସେ କହିଛନ୍ତି । ସେ ଓଡିଶା ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପାରମ୍ପରିକ ଖାଦ୍ୟ ଓଡିଶା ଲୋକ ବିଶେଷ କରି ନୟାଗଡ ଲୋକଙ୍କ ସହ କିଭଳି ଜଡିତ ତାହା ସେ ଏହି ଚିଠିରେ ଜଣାଇଛନ୍ତି । ଶନିବାର ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥିଲା । ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)