ବିଶ୍ଵ ନାଟକ ଦିବସରେ; ପ୍ରଦୀପ ଅମାନ୍ତଙ୍କୁ ବାମଣ୍ଡା ନାଟ୍ୟ ସମ୍ମାନ -୨୦୨୫

ଅକ୍ଷର ବ୍ୟୁରୋ: ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଟାନ ବାମଣ୍ଡା କଳାକାର ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ବିଶ୍ଵ ନାଟକ ଦିବସ ପାଳନ ହୋଇଯାଇଛି। ଆଜି ସ୍ଥାନୀୟ ଟାଉନ ହଲ ପ୍ରକ୍ଷାଳୟ ରେ ଅନୁଷ୍ଠାନର ସଭାପତି ବିପିନ୍ ବିହାରୀ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଉଦ୍ଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ କୌଶିକ ପ୍ରଧାନଙ୍କ ସହିତ ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ଅତିରିକ୍ତ ଆରୋକ୍ଷି ଅଧିକ୍ଷକ ଧିରାଜ୍ ଚୋପଦାର, ଭାରପ୍ରାପ୍ତ ନଗରପାଳ ପ୍ରଜୀତ ଭୋଜ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ହେମନ୍ତ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବର୍ଷୀୟାନ ନାଟ୍ୟ କଳାକାର ପ୍ରଦୀପ ପଣ୍ଡା ଓ ପ୍ରଦୀପ ଅମାନ୍ତଙ୍କୁ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାମଣ୍ଡା କଳାକାର ସଂଘ ପକ୍ଷରୁ “ବାମଣ୍ଡା ନାଟ୍ୟ ସମ୍ମାନ-୨୦୨୫” ସମ୍ମାନରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଗଲା। ଏହି ଅବସରରେ ଡ୍ରିମ୍ ଡାନ୍ସ ଏକାଡେମୀର କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମୋନମହିଥିଲା। ବିଶ୍ଵ ନାଟକ ଦିବସ ପାଳନ ଅବସରରେ ବାମଣ୍ଡା କଳାକାର ସଂଘ ଦ୍ୱାରା ପ୍ରଯୋଜିତ କୁମୁନ୍ଦ ଶତପଥୀଙ୍କ ରଚିତ ଓ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ “ବୁଢ଼ା ମାଷ୍ଟର” ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଏହି ନାଟକରେ ସନ୍ତୋଷ ସାହୁ, ଦିଲୀପ ଗୁରୁ, ପ୍ରଦୀପ ଅମାନ୍ତ,ସୁଶାନ୍ତ ନନ୍ଦ, ଶ୍ରବଣ କୁମାର, ଉପେନ୍ଦ୍ର ଭଞ୍ଜ, ପ୍ରିତମ ବେହେରା, ଚିନ୍ମୟ ଦାସ, ତେଜସ୍ଵୀନୀ ନାୟକ, ଗୀତ ତିବାରି, ଶିଶୁ କଳାକାର ଶାୟନା, ନିଶାନ୍ତ ଓ ନିଶାଳୀ ଅଭିନୟ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନୋରଞ୍ଜନ ନାୟକ, ରାଜୀବ ପାତ୍ର, ମୃଣାନଲ ଶର୍ମା ଓ କଣ୍ଠଦାନ କରିଥିଲେ ଅରୁନ୍ଧତୀ ଦାସ। ବୁଢ଼ା ମାଷ୍ଟର ନାଟକରେ ମଞ୍ଚ ସଜା ସୌନୟା ନାୟକ କରିଥିବା ବେଳେ ଆଲୋକ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ମୋହାପରାଣ ଓ ପୂର୍ଣା ଚନ୍ଦ୍ର ବୁଡ଼। ଉଦଯାପନୀ ସମାରୋହରେ ଅବସପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାସ, ଯୁଧିଷ୍ଟିର ଦାସ, ନିତ୍ୟାନନ୍ଦ ପ୍ରଧାନ ଓ ବିଳାସିନୀ ଦ୍ୱିବେଦୀ ସମୀକ୍ଷକ ଭାବେ ଯୋଗ ଦେଇ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଦସ୍ୟ ଅବନୀ ମିଶ୍ର, ଚିନ୍ମୟ ସ୍ୱାଇଁ, ସୁମନ ମହାକୁଳ, ଗୋପଞ୍ଜଳି ପାଢ଼ୀ, ମୁକେଶ ଭଞ୍ଜ, ସୁଜାତା ବେହେରା ପ୍ରମୁଖ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)