ଅକ୍ଷର ବ୍ୟୁରୋ: ଦିନରେ ତାତି ସନ୍ଧ୍ୟାରେ କାଳବୈଶାଖୀ । ସକାଳୁ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ଆଉ ଅପରାହ୍ନରେ ବଦଳିଯାଉଛି ପାଗ । କିଛି ଏଭଳି ଚାଲିଛି ରାଜ୍ୟରେ ପାଣିପାଗ ସ୍ଥିତି । ଗତ କିଛି ଦିନ ହେବ ରାଜ୍ୟରେ ସଂନ୍ଧ୍ୟା ହେଲେ ମାଡ଼ି ଆସୁଛି ମେଘ ପବନ । ତେବେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ । ଆଜି ପାଇଁ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ବିଜୁଳି ସହ ଘଡ଼ଘଡ଼ି ବର୍ଷାର ପୂର୍ବାନୁମାନ କରାଯାଇଛି । ଏହା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ମଧ୍ୟ ଅଛି । ପରେ ୬ ଓ ୭ ତାରିଖରେ ସର୍ବାଧିକ ରହିପାରେ ଝଡ଼ବର୍ଷାର ପ୍ରକୋପ । ୬ ଓ ୭ ତାରିଖ ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ପବନର ବେଗ ୪୦ ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ।
ତାତିରୁ ମିଳିବ ତ୍ରାହି, ୬ ତାରିଖରେ ସର୍ବାଧିକ ଝଡ଼ବର୍ଷାର ପ୍ରକୋପ ଅନୁଭୂତ; ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।












Leave a Reply