ଅକ୍ଷର ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା । ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ତାକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଛି । ଆଜି ତାକୁ କୋର୍ଟରେ ହାଜର କରାଯିବ।ଘଟଣା ପରଠୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଚୋରକୁ ଚିହ୍ନଟ କରିଥିଲା।
ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଯାହା ସବୁ ଚୋରି ହୋଇଥିଲା, ସେଥିରୁ କ’ଣ ଜବତ ହୋଇଛି, ସେନେଇ ସୂଚନା ମିଳିନାହିଁ । ଆଜି ପୋଲିସ ଏହି ଚୋରର ଗୁମର ଖୋଲିବ, ଭିଭିଆଇପି କଲୋନିରେ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଘରେ କେମିତି ପଶିଲା ଏବଂ ଅତ୍ୟାଧୁନିକ ତାଲା କାଟି ସୁନାଗହଣା ଓ ଟଙ୍କା କେମିତି ଲୁଟିଲା, ତାହା ଉପରୁ ପୋଲିସ ପରଦା ହଟାଇବ ।
ଗତ ୨୫ ତାରିଖରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା । ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା । ଏହାପରେ ଚୋରକୁ ଧରିବାକୁ ଆରମ୍ଭ ହୋଇଥିଲା ଧରପଗଡ଼ । ଚୋରକୁ ଧରିବାକୁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍ ଆନ୍ଧ୍ରରେ ଡେରା ପକାଇଥିଲା । ଆଜି ଅପରାହ୍ନରେ ପୁରା ଘଟଣାର ଖୁଲାସା କରିବ ପୋଲିସ ।















Leave a Reply