UPSC ପରୀକ୍ଷା ଫଳ ତାଲିକାରେ ୧୦ରୁ ଅଧିକ ଓଡିଆ ପ୍ରାର୍ଥୀ କୃତକାର୍ଯ୍ୟ

ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଛି UPSC ପରୀକ୍ଷା ଫଳ । ଅନୁଜ ଅଗ୍ନିହୋତ୍ରୀ ଆଇଏଏସ ଟପ୍ପର । ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ UPSC ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥି ମଧ୍ୟରୁ ୧୦୦ତମ ସ୍ଥାନରେ ଓଡ଼ିଶା ଭୁବନେଶ୍ୱରର ସାତ୍ତ୍ୱିକ ସତ୍ୟକାମ ଦେବତା, ୧୨୧ତମ ସ୍ଥାନରେ ପୁରୀର ଅମ୍ରିତ ମହାପାତ୍ର ରହିଛନ୍ତି । ସେହିଭଳି ୨୮୫ତମ ସ୍ଥାନରେ ସାଇରମଣ ପାତ୍ର, ୩୪୧ତମ ସ୍ଥାନରେ ବିଶାଲ ପଟ୍ଟନାୟକ ଭଳି ୧୦ରୁ ଅଧିକ ଓଡିଆ ରହିଛନ୍ତି । ଯାହା ଓଡିଶା ପାଇଁ ଗର୍ବର କଥା । ସେହିପରି UPSC ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବାବେଳେ ଦ୍ୱିତୀୟରେ ରହିଛନ୍ତି ରାଜେଶ୍ୱରୀ ସୁଭେ ଏମ୍ । ସେହିଭଳି ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନ୍ ଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଆରୋରା ରହିଛନ୍ତି । ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ୱଳ ପ୍ରିୟଙ୍କ ରହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)