ଜୁଲାଇ ୩ ତାରିଖ ବେଳକୁ ଲଘୁଚାପ, ୬ ପର୍ଯ୍ୟନ୍ତ ଓଡିଶାରେ ବ୍ୟାପକ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ଵର :  ସାରା ଓଡିଶା ବର୍ଷାରେ ଭିଜୁ ଥିବା ବେଳେ, ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବକୁ ଯାଉଛି ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି କି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣୀ ବଳୟ ସକ୍ରିୟ ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ​ଆଜିଠାରୁ ୬ ଜୁଲାଇ ପର୍ଯ୍ୟନ୍ତ ଓଡିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି କହିଛି ପାଣିପାଗ ବିଭାଗ ।

ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଆଗାମୀ ଦିନରେ ବର୍ଷାର ପରିମାଣ ବଢିପାରେ ବୋଲି କହିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ଓ ପ୍ରବଳ ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଥିବା ବେଳେ ଅନ୍ୟ ୨୩ଟି ଜିଲ୍ଲାକୁ ୟେଲ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇ ଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial