ବାଲାଙ୍ଗିର:ବାଲାଙ୍ଗିର ଜିଲ୍ଲାର ଆଗଲପୁର ସ୍ଥିତ କଲ୍ୟାଣ ମଣ୍ଡପ ରେ ବ୍ଲକ୍ ସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଂଶୀଧର ବେହେରା ଯୋଗ ଦେଇଥିଲେ। ସମ୍ବାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନନ୍ଦଳାଲ ପଟେଲ୍, ବ୍ରଜକିଶୋର ଘିବେଲା, ବରୁଣ ଶତପଥୀ ଓ ଅଭିମନ୍ୟୁ ମିଶ୍ର ଯୋଗ ଦେଇଥିଲେ। ବ୍ଲକ କଳାକାର ସଂଘ ର ଉପ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିର ଲୋକ ଉତ୍ସବ ଅତି ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା। ଆଜିର ଲୋକ ଉତ୍ସବ ରେ ସର୍ବ ମୋଟ 41 ଗୋଟି ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ।ବିଶେଷ କରି ଗଣ୍ଡା ବାଜା, ନଚନିଆ, କୀର୍ତ୍ତନ, ସମ୍ପ୍ରଦା, ହୁମୋ ଗୀତ, ବାଦ୍ୟ, ନୃତ୍ୟ ଇତ୍ୟାଦି ପରିବେଷଣ ହୋଇଥିଲା। ଯେଉଁ କଳାକାରମାନେ ମନୋନୀତ ହେବେ ସେମାନେ ଜିଲ୍ଲା ସ୍ତରକୁ ଯିବେ ।କଳାକାର ମାନେ ଅତି ଉତ୍ସହସର ସହିତ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ।
Leave a Reply