ଭଦ୍ରକ : ଭଦ୍ରକ ପୋଲିସ କୁ ମିଳିଛି ଆଉ ଏକ ବଡ ସଫଳତା | ଯାହା ୯ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର, ସ୍କୁଟି ଏବଂ ଗୋଟିଏ ଭର୍ଣ୍ଣା କାର ସହ ଦୁଇ ଭାଇ ଙ୍କୁ ଗିରଫ କରିଛି ପୋଲିସ ।ସୂଚନାମୁତାବକ ଏସପି ଙ୍କ ନିର୍ଦେଶ କ୍ରମେ ଭଦ୍ରକ ଗୁଇନ୍ଦା ବିଭାଗ ର ସ୍ୱତନ୍ତ୍ର ଖବର ମୁତାବକ ପୋଲିସ ର ଏକ ଟିମ ଭଦ୍ରକ ଚରମ୍ପା ଅନ୍ତର୍ଗତ ଗୁଣ୍ଠୁଣିଆ ବଜାର ନିକଟରେ ବାଲେଶ୍ୱର ପଟୁ ଆସୁଥିବା ଏକ ସ୍କୁଟି ଓ ହ୍ୟୁଣ୍ଡାଇ ଭର୍ଣ୍ଣା କାର ଉପରେ ସନ୍ଦେହ କରି ଗୁଇନ୍ଦା ବିଭାଗ ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଙ୍କ ସହ ପୁରା ପୋଲିସ ଟିମ ଅଟକାଇବା ପରେ ଉକ୍ତ ଦୁଇ ଯୁବକଙ୍କ ପାଖରୁ ୯. ୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ପୋଲିସ ।ସେହି ଯୁବକ ଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ |ତେବେ ଅଭିଯୁକ୍ତ ଜଣଙ୍କ ଘର ଭଦ୍ରକ ସହରାଞ୍ଚଳ ଥାନାଧିନ ଚରମ୍ପା ବରଳାପୋଖରୀ ଅଞ୍ଚଳର ଭୀମଚରଣ ନାୟକଙ୍କ ଦୁଇ ପୁତ୍ର କାଁହୁ ଚରଣ ନାୟକ ଓ କାଳନ୍ଦୀ ନାୟକ ବୋଲ ସୂଚନା ମିଳିଥିବା ବେଳେ। ତେବେ ବାରମ୍ବାର ଏଭଳି ଘଟଣା ବରଳାପୋଖରି ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ପୋଲିସ ସ୍ୱତନ୍ତ୍ର ନଜର ଦେବା ସହ ଏହି ଗ୍ୟାଙ୍ଗ ରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ପୋଲିସ ତଦନ୍ତ କରୁଛି ଏବଂ ଅପରାଧିକ ମାମଲା ଉପରେ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ବୋଲି ଭଦ୍ରକ ସହରାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା
ବ୍ରାଉନ୍ ସୁଗାର ସହ ୯ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର, ସ୍କୁଟି ଏବଂ ଗୋଟିଏ ଭର୍ଣ୍ଣା କାର ସହ ଦୁଇ ଭାଇ ଙ୍କୁ ଗିରଫ















Leave a Reply