ଯାଜପୁର ଜିଲ୍ଲା ଖଣି ଅଞ୍ଚଳବାସୀଙ୍କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶୀତୁଆ ସନ୍ଧ୍ୟା ରେ ଝୁମେଇଲା କ୍ରୋମ ନଗର ମହୋତ୍ସବ

ଯାଜପୁର : ଯାଜପୁର ଜିଲ୍ଲା ଖଣି ଅଞ୍ଚଳବାସୀ ଙ୍କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଶୀତୁଆ ସନ୍ଧ୍ୟା ରେ ଝୁମେଇଲା କ୍ରୋମ ନଗର ମହୋତ୍ସବ,କ୍ରୋମ୍‌ ଉପତ୍ୟକାର ଭାଇଚାରା ସ୍ବତନ୍ତ୍ର । ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ବିକାଶର ବାଟ ଦେଖାଇବାରେ ଅଞ୍ଚଳବାସୀଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ‌କ୍ରୋମ୍‌ନଗର ମହୋତ୍ସବ ପ୍ରତିଷ୍ଠାତା ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ । ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଷ୍ଟାଡିଅମ୍‌ରେ ପ୍ରଥମ ବାର୍ଷିକ କ୍ରୋମ୍‌ନଗର ମହୋତ୍ସବ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଡ୍ଡ ପ୍ରଦୀପ ବଳସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଞ୍ଚଳିକ କଳା, ସଂସ୍କୃତି, କ୍ରୀଡ଼ା, ପାରମ୍ପରିକ ନୃତ୍ୟ ଗୀତକୁ ନେଇ ସୌରିକ ଅଞ୍ଚଳ ପରିପୁଷ୍ଟ ବୋଲି ବିବୃତି ରଖିଛନ୍ତି ।  ସୌରିକ ଦୁର୍ଗାପଡ଼ିଆରେ ଅଞ୍ଚଳବାସୀ ମନ୍ତ୍ରୀ ଡ. ବଳସାମନ୍ତଙ୍କୁ ଭବ୍ୟ ସ୍ବାଗତ ପରେ ଏକ ସୁସଜ୍ଜିତ ଖୋଲା ଜିପ୍‌ରେ ବସାଇ ବିଶାଳ ପଟୁଆ‌ରରେ ମହୋତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ପଥପ୍ରାନ୍ତରେ ସ୍ଥାନୀୟ ଆଦିବାସୀମାନେ ପାରମ୍ପରିକ ନୃତ୍ୟ ଗୀତରେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମନ୍ତ୍ରୀ ଶ୍ରୀ ବଳସାମନ୍ତ ମହୋତ୍ସବ ପତାକା ଉତ୍ତୋଳନ କରି ଅଞ୍ଚଳବାସୀଙ୍କ ସେବା ପାଇଁ ସେ ସମର୍ପିତ ବୋଲି କହିଥିଲେ । ମହୋତ୍ସବ କମିଟି ସଭାପତି ଅମଳେନ୍ଦୁ ବେହୁରା ଓ ସଂପାଦକ ବିଦ୍ୟାଧର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ବଳସାମନ୍ତ , ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ  ଓ କଟକସଦର ବିଧାୟକ ଇଂ ପ୍ରକାଶ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯାଜପୁର ବିରଜାକ୍ଷେତ୍ର ଓ କ୍ରୋମ୍‌ ଉପତ୍ୟକା ମାଟିର ଗରିମାମୟ ଇତିହାସ ଅବତାରଣା କରିଥିଲେ । ମଞ୍ଚରେ ନବପଲ୍ଲୀ ସୌରିକ ଅଞ୍ଚଳର ୯ ପ୍ରଧାନୀଙ୍କୁ ସମ୍ମାନିତ କରାଯାଇଥିଲା।ବିଭିନ୍ନ ଷ୍ଟଲ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଦୋଳି ଓ ଫାଷ୍ଟଫୁଡର ମଜା ନେଉଛନ୍ତି ପିଲାମାନେ,ସାଂସ୍କୃତିକ ସଂଧ୍ୟାରେ ଓଲିଉଡ଼ କଣ୍ଠଶିଳ୍ପୀ, ସିନେ-ଟେଲି ତାରକା, ହାସ୍ୟ ଅଭିନେତା ଓ ନୃତ୍ୟଶିଳ୍ପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)