ଅକ୍ଷର ବ୍ୟୁରୋ : ଆଜିଠୁ ରାଜ୍ୟରେ ସବୁ ପଞ୍ଚାୟତରେ ହେବ ସୁଭଦ୍ରା ରାଲି | ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହେବେ | ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ | ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ |
ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି |ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ଆୟୋଜନ କରାଯିବ |ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି |
ଆସନ୍ତାକାଲି ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ | ୮ ତାରିଖ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ୱିତୀୟ କିସ୍ତି ଟଙ୍କା ଯିବ | ମାତ୍ର ୩ ଦିନ ଭିତରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ୧୦ ହଜାର ଟଙ୍କା | ନୂଆ ଆବେଦନ କାରୀଙ୍କ ଲାଗି ମାର୍ଚ୍ଚ ୩୧ ଶେଷ ତାରିଖ ରହିଛି |















Leave a Reply