ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳରେ ଏନସିସି ତରଫରୁ ସଡକ ସୁରକ୍ଷା ପାଳିତ

ଢେଙ୍କାନାଳ: ଶନିବାର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳରେ NCC ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପିଲାମାନେ ପୋଷ୍ଟର, ବ୍ୟାନର ପ୍ରଦର୍ଶନ ସହିତ ସଡକ ସୁରକ୍ଷା ଜୀବନ ରକ୍ଷାର ନାରା ଦେଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଓ NCC ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲୋଚନା ଭୁତିଆ ଓ ଶ୍ରୀମତୀ ମାମାଲି ମିଶ୍ରଙ୍କ ମାର୍ଗଦର୍ଶନରେ ଏହି ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ସମସ୍ତ NCC ପିଲାମାନଙ୍କ ସଫଳ ଅଂଶଗ୍ରହଣରେ ଏହି ସଚେତନତା ଅଭିଯାନ ପ୍ରଭାବଶାଳୀ ଓ ଜନାଦୃତ ହୋଇପାରିଥିଲା |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)