ଅକ୍ଷର ବ୍ୟୁରୋ: ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ । ବ୍ରହ୍ମପୁର SDJM କୋର୍ଟରେ ଅଦାଲତନାମା ଦାଖଲ କଲେ ୨୦୯ ଆଇନଜୀବୀ । ପୂର୍ବରୁ ୪୦ରୁ ଊର୍ଦ୍ଧ୍ୱ ଓକିଲ ବିକ୍ରମଙ୍କ ସପକ୍ଷରେ ଅଦାଲତନାମା ଦାଖଲ କରିଥିଲେ । ଗତକାଲି ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ୪୦ରୁ ଊର୍ଦ୍ଧ୍ୱ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା । ଆଜି ଏହାକୁ ବିରୋଧ କରି ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ ହୋଇଛି ।
ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ହାଇକୋର୍ଟରେ ଲିଖିତ ଉତ୍ତର ରଖିଲେ ବ୍ରହ୍ମପୁର ଏସ୍ପି । ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ଜବାବ ମାଗିଥିଲେ ହାଇକୋର୍ଟ । ଏହାକୁ ନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି । ତାଙ୍କ ବୟାନକୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେ ନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସପି । ତେବେ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ଶୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।












Leave a Reply