ଅକ୍ଷର ବ୍ୟୁରୋ: ସାଧାରଣ ଖାଉଟିଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ପ୍ରଭାବ । ଏଲପିଜି ସିଲିଣ୍ଡରର ଅଭାବ ପାଇଁ ସୃଷ୍ଟି ହୋଇଛି ଅଚଳାବସ୍ଥା । ଯୁଦ୍ଧ ପ୍ରଭାବରୁ ଗ୍ୟାସ ଯୋଗାଣ ବ୍ୟାହତ ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଗ୍ୟାସର ଘୋର ଅଭାବ ।ଆବଶ୍ୟକତା ମୁତାବକ ଗ୍ୟାସ୍ ମହଜୁଦ ଥିବା ସରକାର କହୁଥିବା ବେଳେ ଲୋକେ କିନ୍ତୁ ଘରେ ସିଲିଣ୍ଡର ମହଜୁଦ ରଖିବାକୁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରୁ ରାଜ୍ୟର ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସମାନ ସ୍ଥିତି । ସବୁଠି ଗ୍ୟାସ ପାଇଁ ଡିଷ୍ଟ୍ରିବ୍ୟୁଟର ଓ ଏଜେନ୍ସି ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗୁଛି । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । LPG ସିଲିଣ୍ଡର ନେବାକୁ ରାତି ଅଧରୁ ଆସି ଲାଇନ୍ ଲଗାଉଛନ୍ତି ଲୋକେ । ଆଜି ଗ୍ୟାସ୍ ଗାଡି ଆସିବାକୁ ନେଇ ଗୋଦାମ ନିକଟରେ ଭିଡ଼ ଜମିଛି ତ କେହି ଘଣ୍ଟା ଘଣ୍ଟା ଧରି ଡିଷ୍ଟ୍ରିବ୍ୟୁଟର ଆଗରେ ଛିଡା ହୋଇଛି । ଲୋକେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ଏଲପିଜି ସିଲିଣ୍ଡରର ଅଭାବରେ ରାଜ୍ୟରେ ଅଚଳାବସ୍ଥା; ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ।












Leave a Reply