ଅକ୍ଷର ବ୍ୟୁରୋ: ବରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବକେୟା ରହିଥିବା ଦରମା ଉଠାଣ ପାଇଁ ଜଣେ ବିଭାଗୀୟ କର୍ମଚାରୀଙ୍କୁ ସେ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ବିଷୟରେ କ୍ଷୁବ୍ଧ ହୋଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ସମ୍ପୃକ୍ତ କର୍ମଚାରୀ ଏନେଇ ଅଭିଯୋଗ କରିବା ପରେ ଲାଞ୍ଚୁଆ ଆକାଉଣ୍ଟାଣ୍ଟଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଲାଞ୍ଚ ନେବା ସମୟରେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଏହାସହିତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ଭିଜିଲାନ୍ସ ଟିମ୍ ରଜନୀକାନ୍ତ କରଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଚଢାଉ କରିଛି ।
ଭିଜିଲାନ୍ସ ହାତରେ ବରଗଡ଼ ଜିଲ୍ଲା କନିଷ୍ଠ କିରାଣୀ; ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।











Leave a Reply