ଅକ୍ଷର ବ୍ୟୁରୋ: ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଦେଖାଦେଇଛି ଅସନ୍ତୋଷ । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଏହାକୁ ଦୃଷ୍ଟିରେ ରଖି ୪ଟା ଯାଏଁ ଗୃହକୁ ମୁଲତବି ରଖାଯାଇଛି । ବିରେଧୀଙ୍କ ହଙ୍ଗାମା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ମୁଲତବୀ ଘୋଷଣା କରାଯାଇଛି । ଗୃହକାର୍ଯ୍ୟରେ ଆଜି ମଧ୍ୟ ସମାନ ଅବସ୍ଥା । ବିଜେଡି, କଂଗ୍ରେସ ବିଧାୟକଙ୍କ ନାରାବାଜି ଭିତରେ ବାରମ୍ବାର ମୁଲତବି ହେଉଛି ଗୃହ । ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଏହାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ବିଧାୟକ ନାରାବାଜି କରିଛନ୍ତି । ଗତ ୫ ଦିନ ହେଲା ସ୍ବାଭାବିକ ହୋଇପାରୁନି ପ୍ରଶ୍ନକାଳ ।
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଅସନ୍ତୋଷ; ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ।












Leave a Reply