ଅକ୍ଷର ବ୍ୟୁରୋ: କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ଦେଶୀ ବନ୍ଧୁକ ମରାମତି ଓ ସରଞ୍ଜାମ ତିଆରି କାରଖାନା ଠାବ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପଣସପଦର ଗ୍ରାମ ନିକଟ ଜଙ୍ଗଲରେ ବିଏସ୍ଏଫ୍ ଇନ୍ସପେକ୍ଟର ମନିଷ କୁମାର ସୁମନଙ୍କ ନେତୃତ୍ୱରେ ଏହି ସଫଳତା ମିଳିଛି । ଯାଞ୍ଚ ପରେ ଦୁଇଟି ଦେଶୀ ବନ୍ଧୁକ ସହ କିଛି ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ କିନ୍ତୁ ସେଠାରେ କୌଣସି ବ୍ୟକ୍ତି କି ମାଓବାଦୀଙ୍କ ଉପସ୍ଥିତି ନଥିଲେ । ଯବାନମାନେ ଆଖପାଖ ଜଙ୍ଗଲରେ ବ୍ୟାପକ ତଲାସୀ କରିଥିଲେ ମଧ୍ୟ କେହି ଧରା ପଡ଼ିନାହାନ୍ତି । ମାଓବାଦୀ ଗତିବିଧି ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜୋର୍ଦାର୍ କରାଯାଇଛି ।
କେକେବିଏନ୍ ମାଓ ଡିଭିଜନ୍ର ରାଜ୍ୟ କମିଟି ସଦସ୍ୟ ଶୁକୁର ନେତୃତ୍ୱରେ କନ୍ଧମାଳରେ ଲାଲ୍ବାହିନୀ ସକ୍ରିୟ ଅଛି । ଶୁକୁରୁ ଏବେ କନ୍ଧମାଳ-ଗଞ୍ଜାମ, କନ୍ଧମାଳ-ଗଜପତି ଏବଂ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଆତ୍ମ ଗୋପନ କରିଥିବା ଖବର ପାଇ କନ୍ଧମାଳ ଏସପିଙ୍କ ନେତୃତ୍ୱରେ ବିଏସଏଫ, ସିଆରପିଏଫ, ଡି ଭି ଏଫ ଓ ସୁରକ୍ଷା କର୍ମୀ ମାନଙ୍କୁ ନେଇ ଅପରେସନ୍ ଚଳାଇଛି । ଚଳିତ ମାସ ୩୧ ତାରିଖ ସୁଦ୍ଧା କନ୍ଧମାଳକୁ ମାଓମୁକ୍ତ କରିବା ଲକ୍ଷ୍ୟରେ ରବିବାର କନ୍ଧମାଳ-ଗଞ୍ଜାମ ଦାରଙ୍ଗବାଡ଼ି ଅଞ୍ଚଳରେ ଶୁକୁରୁ ରହିଥିବା ସନ୍ଦେହରେ ପୁଲିସ ଓ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛନ୍ତି ।












Leave a Reply