ଅକ୍ଷର ବ୍ୟୁରୋ: ରାଜ୍ୟବ୍ୟାପି ସଡକ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅମାନିଆ ଓ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହେଉଛି । ମାର୍ଚ୍ଚ ୨୧ ଏବଂ ୨୨ ଦୁଇ ଦିନରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ମୋଟ ୩ ହଜାର ୧୫୩ଟି ଗାଡ଼ି ଚିହ୍ନଟ ହୋଇଛି । ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୩ ହଜାର ୧୫୭, ଦ୍ରୁତଗତି ପାଇଁ ୧ ହଜାର ୫୫୮, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ପାଇଁ ୧୮୮ ଗାଡ଼ି ବିରୋଧରେ ଇ-ଚାଲାଣ କଟାଯାଇଛି । ସେହିପରି ଦୁଇ ଚକିଆରେ ଦୁଇରୁ ଅଧିକ ଯାତ୍ରା ପାଇଁ ୨୮୨ ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି । ଏଥିସହ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିଥିବା ଗାଡ଼ି ବିରୋଧରେ ମଧ୍ୟ ଜରିମାନା ଜାରି ହୋଇଥିବା ପରବିହନ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟବ୍ୟାପି ସଡକ ସୁରକ୍ଷା ଅଭିଯାନ; ଅମାନିଆ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଇ-ଚାଲାଣ ଜାରି ।














Leave a Reply