ଅକ୍ଷର ବ୍ୟୁରୋ: ଆଜି ଚୈତ୍ରମାସର ତୃତୀୟ ମଙ୍ଗଳବାର । କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପାଳିଯାତ୍ରା ସହିତ ଆଜିଠାରୁ ଆରମ୍ଭ ହେଉଛି ବାସନ୍ତିକ ଦୁର୍ଗା ପୂଜା । ଆଜି ମାଆ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ଆଜି ପ୍ରବଳ ମାତ୍ରାରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମଙ୍ଗଳା ମନ୍ଦିରରେ ଆଜି ମା ମଙ୍ଗଳାଙ୍କ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ଏହି ନୀତି ପରିବର୍ତ୍ତନରେ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଘଣ୍ଟପାଟୁଆ ନୃତ୍ୟ ଦିନ ଗୋଟାଏ ସମୟରେ ଅୟୋଜିତ ହେବା ପରିବର୍ତ୍ତେ ଏହି ନୃତ୍ୟ ରାତ୍ରି ୯ ଘଟିକା ସମୟରେ ଅୟୋଜିତ ହେବ । ସେହିଭଳି ଭାବରେ ପ୍ରଥା ଅନୁଯାଇ ତୃତୀୟ ପାଳି ମଙ୍ଗଳବାର ରାତ୍ରି ୧୨ ଘଟିକା ସମୟରେ କାଳିକା ନୃତ୍ୟ ପରିବର୍ତ୍ତେ ରାତ୍ରି ୨ ଘଟିକା ସମୟରେ କାଳିକା ନୃତ୍ୟ ଅୟୋଜିତ ହେବ ।
ଆଜି ଚୈତ୍ରମାସର ତୃତୀୟ ମଙ୍ଗଳବାର; ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା ।














Leave a Reply