ରାଜଧାନୀରେ ବଡ଼ ଧରଣର ଚଢ଼ାଉ; ୧୫୦ରୁ ଅଧିକ ସିଲିଣ୍ଡର ଜବତ କଲା ଯୋଗାଣ ବିଭାଗ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ଯୋଗାଣ ବିଭାଗର ବଡ଼ ଧରଣର ଚଢ଼ାଉ । ଚଢ଼ାଉରେ ୧୫୦ରୁ ଅଧିକ ସିଲିଣ୍ଡର ଜବତ ହୋଇଛି । ଝାରପଡ଼ା ଗଣେଶ ମଣ୍ଡପ ଛକ ନିକଟରେ ଥିବା ଏକ ଘରେ ଚଢ଼ାଉ ହୋଇଛି । ଘର ଭିତରୁ ଶତାଧିକ ସିଲିଣ୍ଡର ଜବତ । ସବୁ ଆଡ଼େ ଗ୍ୟାସ ସଙ୍କଟ ଦେଖାଯାଉଥିବା ବେଳେ ଏଠି ଦୀର୍ଘ ଦିନ ଧରି ଗ୍ୟାସ କଳା ବଜାରୀ ଚାଲିଥିଲା । ଚଢ଼ାଉ ବେଳେ ବିଭିନ୍ନ କମ୍ପାନିର ଖାଲି ଓ ଭର୍ତ୍ତି ସିଲିଣ୍ଡର ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଘର ଲୋକଙ୍କୁ ଅଧିକ ପଚରାଉଚରା ଚାଲିଛି । କେଉଁଠୁ ଏତେ ପରିମାଣରେ ସିଲିଣ୍ଡର ଆସିଲା, ତାର ତଦନ୍ତ କରୁଛି ଯୋଗାଣ ବିଭାଗ । 

ଅନ୍ୟପଟେ ବିନା ଲାଇସେନ୍ସରେ ବିପଦ ସଙ୍କୁଳ ଅବସ୍ଥାରେ ଏଲପିଜି ଗ୍ୟାସ କାରବାର ସହ ଗ୍ୟାସ ସିଲିଣ୍ଡରରେ ପାଣି ମିଶାଇ ଅପମିଶ୍ରିତ ଏଲପିଜି ଗ୍ୟାସ ସିଲିଣ୍ଡର ବିକ୍ରି କରୁଥିବା ରାକେଟର ପର୍ଦ୍ଦାଫାସ । କଟକ ଅଲିଶାବଜାର କେଉଟସାହି ଧ୍ରୁବ ଚରଣ ସାହୁଙ୍କୁ ବିଡାନାସୀ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ଘରକୁ ଘର ଗ୍ୟାସ ବିତରଣ କରିଥାନ୍ତି । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ଅପମିଶ୍ରଣ କଥା ସ୍ୱୀକାର କରିଛି । ତାଙ୍କ ଗ୍ୟାସ ସିଲିଣ୍ଡର, ଅପମିଶ୍ରଣ ଲାଗି ବ୍ୟବହୃତ ସାମଗ୍ରୀ ଆଦି ପୋଲିସ ଜବତ୍ କରିଛି । ପୋଲିସ ଗ୍ରାହକ ବେଶରେ ଯାଇ ବିଡ଼ାନାସୀ ଥାନା ଅନ୍ତର୍ଗତ ମଙ୍ଗଳା ମନ୍ଦିରର ରାଧାକିଶୋରପୂରରେ ଏକ ଘରେ କାରବାର ବେଳେ ଚଢାଉ କରିଥିଲା । ଏହି ରାକେଟରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ବିଡ଼ାନାସୀ ପୋଲିସ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)