ଅକ୍ଷର ବ୍ୟୁରୋ: ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ ନିଜ ମନ୍ଦିର ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସିଥାନ୍ତି । ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ । ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ ।
ଏନେଇ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ଆଜି ଭୋର ୪ଟାରୁ ୪ଟା ୩୦ ଯାଏଁ ଠାକୁରଙ୍କ ମଙ୍ଗଳ ଆଳତି ହୋଇଛି । ଏହା ପରେ ଠାକୁରଙ୍କ ବେଶ ନୀତି ହେବ । ଦିନ ୧୦ଟା ୪୫ରୁ ପହଣ୍ଡି ଯାତ୍ରା ଆରମ୍ଭ ହେବ । ୧ଟା ୪୫ରୁ ୨ଟା ୩୦ ଘୋଡାବନ୍ଧା, ରଥ ଚାରମାଳ ଖୋଲା । ଅପରାହ୍ଣ ୨ଟା ୩୦ରେ ରଥ ଟଣା ନୀତି ଆରମ୍ଭ ହେବ । ୩୦ ତାରିଖରେ ବାହୁଡା ଯାତ୍ରା । ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ । ଶାନ୍ତି ଶୃଙ୍ଖଳାରେ କିଭଳି ଭକ୍ତ ରଥଯାତ୍ରାରେ ସାମିଲ ହେବେ ସେଥିପାଇଁ ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା କରାଯାଇଛି ।












Leave a Reply