ରାମମୟ ସାରା ଜଗତ; ରାମଲାଲାଙ୍କ ଦର୍ଶନ ପାଇଁ ସବୁଆଡେ ଲାଗିଛି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ।

ଅକ୍ଷର ବ୍ୟୁରୋ: ଆଜି ରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ । ରାମମୟ ହୋଇଛି ସାରା ଜଗତ । ଚାରିଆଡେ ଜୟ ଶ୍ରୀରାମ ନାରା । ଭକ୍ତିମୟ ପରିବେଶରେ ଭାବବିହ୍ୱଳ ଭକ୍ତ । ରାମ ନବମୀକୁ ନେଇ ସାରା ଦେଶ ଉତ୍ସବମୁଖର । ସଜେଇ ହୋଇଛି ସାରା ଅଯୋଧ୍ୟା । ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଲାଗିଛି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ମଧ୍ୟାହ୍ନରେ ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା । ଏପଟେ ରାଜ୍ୟରେ ମଧ୍ୟ ଆଧ୍ୟାତ୍ମିକ ମାହୋଲ । ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ରାମ ମନ୍ଦିର ଭକ୍ତି ମାହୋଲରେ ପ୍ରକମ୍ପିତ ହେଉଛି । ମନ୍ଦିରଗୁଡିକରେ ଭଜନ କୀର୍ତ୍ତନ ସହ ରାମଚରିତ ମାନସ ପାଠ କରାଯାଉଛି । 

ସେପଟେ ଆଜି ୫ ଘଣ୍ଟା ପାଇଁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ । ଶ୍ରୀରାମ ନବମୀରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ନୟାଗଡ ଜିଲ୍ଲା ଫତେଗଡ ରାମ ମନ୍ଦିରରେ ଆଜି ଭୋରରୁ ଚଳଚଞ୍ଚଳ ଲାଗିରହିଛି । ସକାଳ ୫ ଟାରୁ ଦ୍ବାରା ଫିଟା ନୀତି ହୋଇଥିଲା । ପ୍ରଭୁଙ୍କର ବିଭିନ୍ନ ବେଶ ସହ ଭକ୍ତଙ୍କ ଦର୍ଶନ ପାଇଁ ଆଜି ପହଡ଼ ପଡିବ ନାହିଁ । ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)