ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ; ଏହାପରେ ସ୍ୱତନ୍ତ୍ର ବିମାନରେ ଯିବେ ଗୋପାଳପୁର ।

ଅକ୍ଷର ବ୍ୟୁରୋ: ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ । ସପରିବାରଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଉପେନ୍ଦ୍ର ଦ୍ୱିବେଦୀ । ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମହାପ୍ରଭୁଙ୍କ ପତାକା ଦିଆଯାଇଥିଲା । ଏହାପରେ କୌଳିକ ପଣ୍ଡା ଉଭୟଙ୍କୁ ନେଇ ଦର୍ଶନ କରାଇଥିଲେ । ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ଭିତରକୁ ପ୍ରବେଶ କରିଥିଲେ । ପ୍ରାୟ ୪୫ ମିନିଟ ଧରି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ । ଦର୍ଶନ ପରେ ମୁକ୍ତି ମଣ୍ଡପ, ରୋଷ ଘର ବୁଲି ଦେଖିଲେ ସ୍ଥଳସେନା ମୁଖ୍ୟ । ପୁରୀ ପରେ ସ୍ବତନ୍ତ୍ର ବିମାନରେ ଗୋପାଳପୁର ଗସ୍ତରେ ଯିବେ । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରରେ ତଦାରଖ କରିବେ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ । ତେବେ ଶ୍ରୀଜିଉଙ୍କୁ ଦର୍ଶନ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)