ବାରିପଦାରେ କାଳବୈଶାଖୀ ନେଲା ୨ ଜୀବନ, ୩ଜଣ ଆହତ ।

ଅକ୍ଷର ବ୍ୟୁରୋ: କାଳବୈଶାଖୀ ନେଲା ୨ ଜୀବନ । ବାରିପଦାରେ ଗତକାଲି ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ ହୋଇଛି । ପବନରେ ଗଛ ପଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ହଠାତ ଝଡତୋଫାନ ସହ ପ୍ରବଳ ବର୍ଷା, ବିଜୁଳି ଘଡଘଡି ମାରିଥିଲା । କୁଳିଅଣା ରାସ୍ତାର ଅସନଯୋଡା ପାଖରେ ଗଛ ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟାରେ ଆଉ ଏକ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଇ ଅନ୍ୟ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ବାମଦାଶ ହାଁସଦା, ନଗେନ ମୁର୍ମୁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)