ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପ୍ରକ୍ରିୟା ।

ଅକ୍ଷର ବ୍ୟୁରୋ: ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ମତଦାନ ସରିଛି । ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଥିଲା ଏହି ମତଦାନ ପ୍ରକ୍ରିୟା । ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ସଦସ୍ୟମାନେ । ଦିନ ୩ଟା ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଚାଲିଥିଲା । ଏହା ପରେ ଅପରାହ୍ନ ୪ ଟାରୁ ଭୋଟ ଗଣତି ଆରମ୍ଭ ହେବ । ଆଜି ରାତି ସୁଦ୍ଧା ହିଁ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ୱାନ ବାର, ୱାନ ଭୋଟ ନିୟମରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା । ହାଇକୋର୍ଟ ବାର ଆସୋସିଏସନରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ସହ ସମ୍ପାଦକ ଲାଇବ୍ରେରୀ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ଚାଲିଛି ମତଦାନ । ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ପାଇଁ ପାଖାପାଖି ୫ ହଜାର ଭୋଟର ନିଜର ମତ ସାବ୍ୟସ୍ତ କରିବେ । ସେହିପରି ଅଲଗା ଅଲଗା ବାରରେ ମଧ୍ୟ ବିଭିନ୍ନ ଅଫିସ୍ ବିଅରର ପାଇଁ ଚାଲିଛି ମତଦାନ ପ୍ରକ୍ରିୟା । କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)