ଏପ୍ରିଲ ୧ରୁ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ; ଯୋଡ଼ି ହେଇଥିବା ଯୁବତୀମାନଙ୍କୁ ଏକକାଳୀନ ବର୍ଷକୁ ଦୁଇଟି କିସ୍ତି ।

ଅକ୍ଷର ବ୍ୟୁରୋ: ‘ସୁଭଦ୍ରା’କୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୧ରୁ ଆରମ୍ଭ ପଞ୍ଜୀକରଣ ପ୍ରକ୍ରିୟା । ୩୦ ଏପ୍ରିଲ ପର୍ଯ୍ୟନ୍ତ ‘ସୁଭଦ୍ରା ପୋର୍ଟାଲ’ରେ ନୂତନ ଆବେଦନ । ରାଜ୍ୟରେ ନୂଆ ସୁଭଦ୍ରା ହିତାଧିକାରୀଙ୍କ ପାଇଁ  ରାଜ୍ୟ ସରକାର ନୂତନ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାଫଳରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେବାକୁ ଯାଉଥିବା ଯୁବତୀମାନେ ବର୍ଷକୁ ଦୁଇଟି କିସ୍ତି ହିସାବରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ପାଇବେ । ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ଏପ୍ରିଲ ୧ ତାରିଖରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ । ଏଥିପାଇଁ ସରକାର ବୟସ ସୀମା ଧାର୍ଯ୍ୟ କରିଛନ୍ତି ।

ନିୟମ ଅନୁସାରେ ଆବେଦନକାରୀଙ୍କ ବୟସ ୦୧ ଏପ୍ରିଲ ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯୋଜନା ପାଇଁ ଯେଉଁ ହିତାଧିକାରୀ ଯୋଗ୍ୟ ବିବେଚିତ ହେବେ ସେମାନେ ବାର୍ଷିକ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କାର ସହାୟତା ରାଶି ପାଇବେ ।ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି । କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ ।ନୂଆକରି ଆବେଦନ ବା ପଞ୍ଜିକରଣ କରିବାକୁ ହେଲେ ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ । ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)