ଅକ୍ଷର ବ୍ୟୁରୋ: କଟକରେ କାୟା ମେଲାଇଲାଛି ଜଣ୍ଡିସ୍ । ପ୍ରଥମେ ଲୁଣିଆ ସାହି ତା’ ପରେ ମାନସିଂହପାଟଣା । ଏମିତିକି ଶେଖବଜାରରୁ କନିକା ଛକ । ଗୋଟିଏ ପରେ ଗୋଟିଏ ପ୍ରମୁଖ ସାହି ପରେ ବସ୍ତିରେ କାୟା ମେଲାଇଲାଣି ଜଣ୍ଡିସ୍ । କାରଣ ସାହି ପରେ ବାଇଗଣି ବସ୍ତି ଓ ଗାଙ୍ଗୁଲି ବସ୍ତିରେ ୬ଜଣ ଲୋକ ଜଣ୍ଡିସ୍ ରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏଭଳି ଭାବେ ଗତ ଦୁଇ ମାସ ଭିତରେ କଟକର ଏକ ପ୍ରକାରର ଅଧା ଅଞ୍ଚଳରେ ଜଣ୍ଡିସ୍ ରୋଗ ବ୍ୟାପିଗଲାଣି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସଂକ୍ରମଣ ହେବା ପରେ ହିଁ ସିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ୨୪ ଘଣ୍ଟିଆ ପିଇବା ପାଣି ପ୍ରଦାନ କରୁଥିବାରୁ ପ୍ରଶାସନ ଡେଙ୍ଗୁରା ପିଟୁଥିଲାବେଳେ ପ୍ରକୃତରେ କେବେ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଟକରେ କାୟା ମେଲାଇଲାଣି ଜଣ୍ଡିସ୍; ୬ଜଣ ଲୋକ ଜଣ୍ଡିସ୍ ରୋଗର ଆକ୍ରାନ୍ତ ହୋଇଥିବା ସୂଚନା ।












Leave a Reply