ଆଜି ରୁକୁଣା ରଥଯାତ୍ରାର ବାହୁଡ଼ାଯାତ୍ରା,ବାହୁଡିବେ ପ୍ରଭୁ ଶ୍ରୀଲିଙ୍ଗରାଜ; ଅପରାହ୍ନ ସାଢେ ୨ ଟାରେ ରଥଟଣା ଆରମ୍ଭ ।

ଅକ୍ଷର ବ୍ୟୁରୋ: ଆଜି ବାହୁଡିବେ ଏକାମ୍ରରାଜା ପ୍ରଭୁ ଶ୍ରୀଲିଙ୍ଗରାଜ । ଆଜି ହେଉଛି ରୁକୁଣା ରଥଯାତ୍ରାର ବାହୁଡ଼ାଯାତ୍ରା । ଶ୍ରୀରାମେଶ୍ୱରଙ୍କ ଠାରୁ ମେଲାଣି ନେଇ ସ୍ୱମନ୍ଦିରକୁ ବାହୁଡ଼ିବେ ପ୍ରଭୁ ଶ୍ରୀଲିଙ୍ଗରାଜ । ତେଣୁ ଆରବର୍ଷକୁ ଆଉ ଥରେ ଆସିବାର ପ୍ରତିଶ୍ରୁତି ଦେଇ ସୋମବାର ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ଶ୍ରୀଚନ୍ଦ୍ରଶେଖର, ଦୋଳ ଗୋବିନ୍ଦ ଓ ଦେବୀ ଦୁର୍ଗା । ଏଣେ ଚାହାଣୀ ମଣ୍ଡପରେ ରାଗ ଜରଜର ହୋଇ ଚାହିଁ ରହିଛନ୍ତି ଦେବୀ ପାର୍ବତୀ । ସଅଳ ଫେରିଆସିବାକୁ ସେ ଚେତେଇ ଦେଇ ଆସିଛନ୍ତି ।

ସେପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ବଢ଼ିବ ମଙ୍ଗଳ ଆଳତି ଓ ଅବକାଶ ନୀତି । ରାମେଶ୍ୱରଙ୍କ ଠାରେ ୨ ଘଣ୍ଟାର ଅନ୍ତିମ ସାହାଣମେଲା ଦର୍ଶନ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଲିବ । ଭୋଗ ମଣ୍ଡପ ନୀତି ଦିନ ସାଢେ ୧୧ଟାରେ ବଢି ଅଧର ପଣା ଦିନ ଗୋଟାଏ ଏବଂ ପହଣ୍ଡି ଅପରାହ୍ଣ ସାଢେ ୨ଟା ସୁଦ୍ଧା ସାରି ରଥଟଣା ଆରମ୍ଭ ହେବ । ଫେରିବା ବେଳେ ବାଟରେ ଅସୁର କିଆରୀ ଏବଂ ବିଭିନ୍ନ ନିଯୋଗ ତରଫରୁ ମଧ୍ୟ ପଣା ଲାଗି ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)