ଅକ୍ଷର ବ୍ୟୁରୋ: ଆଜି ହେଉଛି କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ଚୈତ୍ରମାସ ଶେଷ ମଙ୍ଗଳବାର । ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଏଥିପାଇଁ ମଙ୍ଗଳା ମନ୍ଦିରରେ ଆଜି ମା’ ମଙ୍ଗଳାଙ୍କ ନୀତିକାନ୍ତି ସହ ପୂଜା ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କମଣୀୟ ବେଶକୁ ଦର୍ଶନ କରୁଛନ୍ତି । ରାତ୍ର ଚାରିଟା ପରଠୁ ଦ୍ୱାର ଫିଟା ହୋଇ ମା’ଙ୍କ ନୀତି କରାଯାଇଛି । ପରେ ଭକ୍ତମାନେ ବ୍ୟାରିକେଡ଼ ଭିତରେ ଧାଡ଼ିରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି ।ହରିବୋଲ ହୁଳହୁଳିରେ କମ୍ପି ଉଠୁଛି ମନ୍ଦିର । ଆଜି ମାଙ୍କ ପାଖରେ ପ୍ରସିଦ୍ଧ ଚୁଡ଼ା ଘସା ଭୋଗ ଲାଗିର ପରମ୍ପରା ରହିଛି । ଆଜି ଦିନରେ ମନ୍ଦିର ବେଢ଼ା ଭିତରେ ଘଣ୍ଟ ପାଟୁଆ ନୃତ୍ୟ ସହ ବିଳମ୍ବିତ ରାତ୍ରିରେ କାଳିକା ନୃତ୍ୟର ପରମ୍ପରା ରହିଛି ।
ଆଜି ଚୈତ୍ରମାସ ଶେଷ ମଙ୍ଗଳବାର; ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା ।












Leave a Reply