ଏପ୍ରିଲ ୧ରୁ ପାଳନ ହେବ ଓଡ଼ିଆ ପକ୍ଷ-୨୦୨୬; ଦୀର୍ଘ ୧୪ ଦିନ ଧରି ଜିଲ୍ଲା ଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି କରାଯିବ ପାଳନ ।

ଅକ୍ଷର ବ୍ୟୁରୋ: ଏପ୍ରିଲ ୧ରୁ ପାଳନ ହେବ ଓଡ଼ିଆ ପକ୍ଷ-୨୦୨୬ । ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ଭବ୍ୟତାର ସହ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ବିଗତ ବର୍ଷ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଆ ଅସ୍ମିତାର ମହାପର୍ବ- “ଓଡ଼ିଆ ପକ୍ଷ” ପାଳନ କରାଯାଇଥିଲା । ଏଥର ବି ୧୪ ଦିନିଆ ଓଡ଼ିଆ ପକ୍ଷ ପାଳନ କରାଯିବ । ଓଡ଼ିଆ ଘରର ଗାଥା-ଗୌରବ, କଥାସରିତା, ଚାଲି-ଚଳଣି, ଖାଦ୍ୟ-ପାନୀୟ, ପୋଷାକ-ପରିଧାନ ସଂସ୍କୃତି ଓ ପରମ୍ପରାକୁ ପୁନଶ୍ଚ ବିଶ୍ୱବିଦିତ କରିବା ଊଦେଶ୍ୟରେ ଏହା ପାଳନ କରାଯିବ । ୧୨ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ଭବ୍ୟତାର ସହ ପାଳନ କରାଯିବ । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)