ଅକ୍ଷର ବ୍ୟୁରୋ: ହାଇକୋର୍ଟ ପରିସର ବାହାରେ ଅଗ୍ନିକାଣ୍ଡ । ପାର୍କିଂ ହୋଇଥିବା ସ୍ଥାନରେ ତିନୋଟି ବାଇକ୍ ଏବଂ ଏକ ସ୍କର୍ପିଓ କାରରେ ନିଆଁ ଲାଗିଥିବା ସୂଚନା । ଏସବୁ ଗାଡ଼ି ସମ୍ପୂର୍ଣ୍ଣ ଜଲିଯାଇଚି । ସ୍ଥାନୀୟ ଲୋକ ଗାଡ଼ିର ନିଆଁ ଲିଭାଇ ବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିସମ୍ ବିଭାଗର ଦୁଇଟି ଗାଡ଼ି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଚି । କେଉଁ ପରିସ୍ଥିତିରେ ଅଗ୍ନି କାଣ୍ଡ ହୋଇଚି ଜଣା ପଡ଼ିନଥିଲା । ତେବେ ନିଆଁ ଲାଗିବାର ସତ ଏବେ ପଦାକୁ ଆସିଛି । ଜଣେ ମହିଳା ଗାଡ଼ିରେ ନିଆଁ ଲଗାଇଥିବା ସ୍ପଷ୍ଟ ହୋଇଛି ।
ସୂଚନା ମୁତାବକ, ମହିଳାଜଣକ ପେଟ୍ରୋଲ ଧରି ନିଆଁ ଲଗାଇବା ବେଳର ଭିଡିଓ ସାମ୍ନାକୁ ଆସିଛି । ସେ ଗାଡ଼ିରେ ନିଆଁ ଲଗାଇବା ସହ ହାଇକୋର୍ଟ ପରିସରକୁ ନିଆଁ ଫିଙ୍ଗୁଥିବାର କ୍ୟାମେରାରେ କଏଦ ହୋଇଛି । ହୁତୁହୁତୁ ହୋଇ ଜଳି ଯାଇଥିଲା ଗାଡି । ଆକାଶକୁ ଉଠିଥିଲା କଳା ଧୂଆଁ । ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଅଗ୍ନିକାଣ୍ଡର ଭୟଙ୍କର ରୂପ । ଜଳିପୋଡ଼ି ଛାରଖାର ହୋଇଯାଇଥିଲା ଗୋଟିଏ ପରେ ଗୋଟିଏ ଗାଡ଼ି ।












Leave a Reply