କଟକ ବାଦାମବାଡି ଅଞ୍ଚଳରେ ୩ ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ; ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ୍ ।

ଅକ୍ଷର ବ୍ୟୁରୋ: ୩ ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ । କଟକ ବାଦାମବାଡି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଫୋନରେ କଥା ହେଉଥିବା ବେଳେ ଛାତରୁ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝିଅକୁ ଛାତରୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୃତ ଯୁବତୀ ଜଣଙ୍କ ନାମ ହେଲା ବର୍ଷା ତ୍ରିପାଠୀ । ଯୁବତୀଙ୍କ ଘର ଜଗତସିଂହପୁରରେ ହୋଇଥିବା ବେଳେ ସେ ବାଦାମବାଡିରେ ଭଡାରେ ରହୁଥିଲେ । ଗତକାଲି ରାତି ୧୧.୩୦ ସମୟରେ ସେ ଫୋନରେ ଗପୁଥିବା ସମୟରେ ଛାତରୁ ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଏସସିବିରେ ଭର୍ତ୍ତି କରିବାବେଳେ ତାଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)