ଅକ୍ଷର ବ୍ୟୁରୋ: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ । ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର । ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ । ମିଲରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ଜଣେ ବି ଚାଷୀର ଧାନ ରହିବ ନାହିଁ । ସରକାର୍ ସମସ୍ତ ଧାନ ଉଠାଇବେ । ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ ଥିଲା ଧାନ କିଣା ଅବଧିର ଶେଷ ଦିନ ଥିଲା । ତେବେ ବୁଧବାର ଖରିଫ ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରଛନ୍ତି ରାଜ୍ୟ ସରକାର। କେହି ଚାଷୀ ନିରାଶ ହେବେନି । ସେଥିପାଇଁ ଧାନ କିଣା ଅବଧିକୁ ୭ଦିନ ପାଇଁ ବୃଦ୍ଧି କରାଗଲା । ବର୍ତ୍ତମାନ ସୁଦ୍ଧା ଖରିଫ ଋତୁରେ ୧୮ ଲକ୍ଷ ୬୪ ହଜାର ୪୧୮ଜଣ ଚାଷୀଙ୍କଠାରୁ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣାସରିଛି । ଧାନ ସଂଗ୍ରହରେ ଏହା ସର୍ବକାଳୀନ ରେକର୍ଡ । ଏ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୨ ହଜାର ୮୮୪ କୋଟି ଟଙ୍କା ପଠାଯାଇଛି । ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭରୁ ବିଭିନ୍ନ ସମସ୍ୟା ଉପୁଜିଥିଲା । ପଞ୍ଜିକରଣରୁ ନେଇ ଟୋକନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଯୋଗ ଆସିଥିଲା । ଧାନ କିଣା ନ ହେବାରୁ ଅନେକ ସ୍ଥାନରେ ଆନ୍ଦୋଳନ ବି ଦେଖା ଦେଇଥିଲା । ବିଧାନସଭା ବି ଏ ପ୍ରସଙ୍ଗରେ ସରଗରମ ରହିଥିଲା ।












Leave a Reply