ଅକ୍ଷର ବ୍ୟୁରୋ: ଜନଗଣନାରେ ସାମିଲ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଜନଗଣନା ନେଇ ସମୀକ୍ଷା ପରେ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ୟ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ବ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜସ୍ୱ ଗଣନା କରିଛନ୍ତି । ଏପ୍ରିଲ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀ ମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହି ତଥ୍ୟ ରାଜ୍ୟ ତଥା ଦେଶର ଯୋଜନା ପ୍ରଣୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଏହି ତଥ୍ୟ ପ୍ରଦାନ ନିମନ୍ତେ ସମସ୍ତେ ସହଯୋଗର ହାତ ବଢ଼ାଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।












Leave a Reply