ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ ; ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସ୍କୁଲ୍ ।

ଅକ୍ଷର ବ୍ୟୁରୋ: ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସ୍କୁଲ୍ । ଖରା ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲା ଗଣଶିକ୍ଷା ବିଭାଗ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ବଢୁଥିବା ଖରା ଓ ଗରମକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ଗ୍ରୀଷ୍ମପ୍ରବାହକୁ ଦେଖି ପ୍ରତି ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ପାନୀୟ ଜଳ ନିଶ୍ଚିତ କରିବାକୁ ସ୍କୁଲ କ୍ୟାମ୍ପସରେ ଟ୍ୟୁବ୍ ୱେଲ ମରାମତି କରିବେ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ପିଇବାକୁ ୱାଟର ବେଲ୍ ବଜାଯିବ । ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ରଖିବା ସହ ଆବଶ୍ୟକ ବେଳେ ଯୋଗାଇବାକୁ ନିର୍ଦ୍ଦେଶ । ଗ୍ରୀଷ୍ଣ ପ୍ରବାହଠୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଶ୍ରେଣୀଗୃହ ବାହାର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ସ୍କୁଲକୁ ପାଣି ବୋତଲ ଆଣିବା ନେଇ ପିଲାଙ୍କୁ ଅଭିଭାବକ ସଚେତନ କରିବେ । ବିଦ୍ୟାଳୟ ବାହାରେ କାର୍ୟ୍ୟକ୍ରମକୁ କମ ଗୁରୁତ୍ୱ ଦିଆଯିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)