ଅକ୍ଷର ବ୍ୟୁରୋ: ଜୟପୁର ଖୋ ନାଗୋରିୟାନ ଅଞ୍ଚଳରେ ବେଆଇନ ବାଣ କାରଖାନରେ ଭୟଙ୍କର ଅଗ୍ନିକାଣ୍ଡ ପରେ ପୋଲିସ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ପ୍ରାରମ୍ଭିକ ଯାଞ୍ଚରୁ ଦାୟିତ୍ବହୀନତା ଜଣାପଡିବା ପରେ ଥାନା ଅଧିକାରୀ ସମେତ ୮ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।
ପୋଲିସ କମିଶନର ସଚିତ ମିତ୍ତଲଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ଖୋ ନାଗୋରିଆନ ଥାନା ଅଧିକାରୀ, ହେଡ କନଷ୍ଟେବଳ ତଥା ଅନେକ କନଷ୍ଟେବଳକୁ ନିଲମ୍ବିତ କରାଯାଇଛି । ଘଟଣା ପରେ ପୂର୍ବ ଜିଲ୍ଲାର ଡିସିପି ରଂଜିତା ଶର୍ମା ଜଣେ ଏଏସଆଇ ଏବଂ ଜଣେ ହେଡ କନଷ୍ଟେବଳକୁ ନିଲମ୍ବିତ କରିଥିଲେ । ଏହିପରି ଭାବେ ୮ ଜଣ ପୋଲିସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଘଟଣା ପରେ ମାମଲାକୁ ନେଇ ଗମ୍ଭୀର ଭାବେ ଯାଞ୍ଚ ପାଇଁ ଅତିରିକ୍ତ ପୋଲିସ ଆୟୁକ୍ତ ଅଜୟସିଂଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କ ନେତୃତ୍ୱରେ ଗଠିତ ଯାଞ୍ଚ କମିଟି ବିସ୍ଫୋରକ ସାମଗ୍ରୀ ଏବଂ ବାଣ ବେଆଇନ କାରଖାନା ଉପରେ ଚଢାଉ କରିଥିବା ବେଳେ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଜୟପୁରର ଖୋ-ନାଗୋରିଆନ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଥିଲେ ।












Leave a Reply